ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଝଡ। ବିଜେପିର ବରିଷ୍ଠ ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କୁ ସାକ୍ଷାତ କରିଛନ୍ତି ଶିବସେନା ମୁଖପାତ୍ର ସଂଜୟ ରାଉତ। ମହାରାଷ୍ଟ୍ର ରାଜନୀତି ଏହାକୁ ନେଇ କଡଲେଉଟାଇବା କଥା ଚର୍ଚ୍ଚା ହେଉଛି। ସାକ୍ଷାତକାର ପରେ ଚର୍ଚ୍ଚା ହେଉଛି ଯେ, ଏନଡିଏ ମେଣ୍ଟକୁ ଫେରିବାକୁ ଶିବସେନା ଉଦ୍ୟମ କରିବ କି? ଏନଡିଏର ପୁରୁଣା ସହଯୋଗୀ ପଞ୍ଜାବର ଅକାଳୀ ଦଳ ଏନଡିଏରୁ ବାହାର ହୋଇଯାଇଛି । ଏପରି ସମୟରେ ଫଡନବିସଙ୍କ ସହ ସାକ୍ଷାତ କରିଛନ୍ତି ସଂଜୟ ରାୱତ। ସୁଶାନ୍ତ ସିଂ ରାଜପୁତ୍ ଙ୍କ ହତ୍ୟା ମାମଲା, ବଲିଉଡରେ ଡ୍ରଗ୍ସ କାରବାର ଏବଂ କଙ୍ଗନା ରଣାୱତଙ୍କ କୋଠା ଭାଙ୍ଗିବା ପରି ଘଟଣାରେ ମହାରାଷ୍ଟ୍ର ସରକାର ଏବେ ଚର୍ଚାରେ ରହିଥିବା ବେଳେ ଏସବୁ ଭିତରେ ଫଡନବିସଙ୍କୁ ଦେଖା କରିଛନ୍ତି ସଂଜୟ ରାୱତ। ଏହାକୁ ନେଇ ସଂଜୟ କହିଛନ୍ତି ରାଜନୀତିରେ କେହି କାହାର ଶତ୍ରୁ ନୁହଁନ୍ତି। କାହାକୁ ଭେଟିବା ଅପରାଧ ନୁହେଁ। ତେବେ ସାମନା ପତ୍ରିକା ପାଇଁ ସାକ୍ଷାତକାର ନେବାକୁ ଫଡନବିସଙ୍କୁ ସେ ଭେଟିଥିବା ସଫେଇ ଦେଇଛନ୍ତି। ମହାରାଷ୍ଟ୍ର ରାଜନୀତିରେ ଏହି ଭେଟଘାଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆଶା କରାଯାଉଛି ସଂଜୟ ରାଉତ ଓ ଦେବେନ୍ଦ୍ର ଫଡନବିସଙ୍କ ସାକ୍ଷାତକାର ଜାତୀୟ ରାଜନୀତିରେ ଅଙ୍କ ବଦଳାଇପାରେ।
ମହାରାଷ୍ଟ୍ର ରାଜନୀତିରେ ଝଡ: ଫଡନବିସ ଓ ସଂଜୟ ରାଉତ ଭେଟାଭେଟି ବିବାଦ
Share Now: